ଶାରଦୀୟ ଦୁର୍ଗାପୂଜା ନବରାତ୍ରର ଆଜି ହେଉଛି ଦ୍ଵିତୀୟ ଦିନ,  ବ୍ରହ୍ମଚାରିଣୀ ବେଶରେ ମାଆ ଭକ୍ତଙ୍କୁ ଦେବେ ଦର୍ଶନ

ନବରାତ୍ରି ପୂଜାର ଆଜି ଦ୍ଵିତୀୟ ଦିବସ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣ ରେ ବାର୍ଷିକୀ ଶରତ କାଳୀନ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏ ନାହିଁ ।

ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ । ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ।

ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ।

କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି ନବରାତ୍ର ବ୍ରତ।

ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସେ ସଂସ୍ଥିତା।
“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।
ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ।” ଏହି ପ୍ରାର୍ଥନା କରି ମାଆଙ୍କ ଆରାଧନା କରାଯାଇ ଥାଏ।

ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ଦ୍ଵିତୀୟ ଦିନ। ବ୍ରହ୍ମଚାରିଣୀ ବେଶରେ ମାଆ ଭକ୍ତଙ୍କୁ ଆଜି ଆର୍ଶୀବାଦ କରିବେ । ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ।ପ୍ରତ୍ୟେକ ମନୁଷ୍ୟ କୁ ଲକ୍ଷ୍ୟ ଭ୍ରଷ୍ଟ କରାଉଥିବା ରାହୁ ଗ୍ରହ ନିମନ୍ତେ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ । ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା।

ଏହି ୯ ଦିନରେ ପ୍ରଥମ ଦିନ ଶୈଳପୁତ୍ରୀ ପୂଜା, ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ ପୂଜା, ତୃତୀୟ ଦିନ ଚଣ୍ଡଘଣ୍ଟାଙ୍କ ପୂଜା, ଚତୁର୍ଥ ଦିନ କୁଷ୍ମାଣ୍ଡା ଦେବୀ, ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନି ପୂଜା, ସପ୍ତମୀ ଦିବସରେ କାଳରାତ୍ରି, ଅଷ୍ଟମ ଦିବସରେ ମହାଗୌରୀ ଓ ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ରହିଛି ।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯିବ।

ବ୍ରହ୍ମଚାରିଣୀ ସ୍ୱରୂପର ପୂଜା ପଦ୍ଧତି: –ପଞ୍ଚାମୃତ ସହିତ ଦେବୀଙ୍କୁ ସ୍ନାନ କରାନ୍ତୁ, ତା’ପରେ ଅକ୍ଷତ, କୁମ୍କୁମ୍, ସିନ୍ଧୁର, ମାତା ଦେବୀଙ୍କୁ ପଦ୍ମ କିମ୍ବା ମନ୍ଦାର ଫୁଲ ବ୍ୟତୀତ ଧଳା ଏବଂ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ | ମିଶ୍ରି କିମ୍ବା ଧଳା ମିଠା ସହିତ ମାତାଙ୍କୁ ଆରତୀ ଅର୍ପଣ କରନ୍ତୁ, ହାତରେ ଫୁଲ ଧରି ଧ୍ୟାନକରନ୍ତୁ ଏବଂ ପ୍ରାର୍ଥନା କରିବା ସମୟରେ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର

ଦଧାନା କର ପଦ୍ମାଭ୍ୟାସ ଅକ୍ଷମାଳା କମଣ୍ଡଳୁ ।
ଦେବୀ ପ୍ରସୀଦତୁ ମଈ ବ୍ରହ୍ମାଚାରୀଣ୍ୟନୂତ୍ନମା ।।

ଏହିମନ୍ତ୍ର ଜପ କରିବା ଦ୍ୱାରା ଶରୀର ରେ ବ୍ରହ୍ମଶକ୍ତି ଜାଗ୍ରତ ହେବାସହ ନିଜ ଭିତରେ ଥିବା କୁସଂସ୍କାର, ହିଂସା, ଦ୍ଵେଷ ଦୂର ହୋଇଥାଏ। ଏବଂ ଅନ୍ତରରେ ଅମାପ ଶାନ୍ତି ଅନୁଭୂତ ହୋଇଥାଏ।

Comments are closed.