ଗାନ୍ଧୀ ମନ୍ଦିରରୁ ବାହାରିଲା ବିଜେଡିର ପଦଯାତ୍ରା

ସମ୍ବଲପୁର: ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସବ୍ୟାପୀ ଜନସମ୍ପର୍କ ପଦ ଯାତ୍ରା ଓଡିଶା ର ଜନସାଧାରଣ ଙ୍କ ସହିତ ପାଳନ କରିବ I ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ଭତରା ସ୍ଥିତ ଗାନ୍ଧିଜୀ ଙ୍କ ମନ୍ଦିର ରୁ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି।

ସର୍ବପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ଓ ପରେ ଭତରା ଗ୍ରାମ ରେ ସାମୁହିକ ସଫେଇ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଗ୍ରାମ ର ଅଧିବାସୀ ମାନଙ୍କୁ ସରକାର ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଜଣାଇ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର କର୍ମକର୍ତ୍ତା ତଥା ଯୁବ, ଛାତ୍ର ଓ ମହିଳା ମାନେ ସାହସ୍ରାଧିକ ସଂଖ୍ୟା ରେ ଯୋଗଦାନ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଇଂ ସିଦ୍ଧାର୍ଥ ଦାସ, ଯୁବ ସଭାପତି ଶ୍ରୀ ଲଷ୍ମୀ ମହାପାତ୍ର, ଛାତ୍ର ସଭାପତି ଶ୍ରୀ ଶୁଭ୍ରାଂଶୁ ଶେଖର ପାଢ଼ୀ,ଯୁବ ମହାନଗର ସଭାପତି ନିଶାନ୍ତ ବହିଦାର, ଆର୍ତତ୍ରାଣ ମିଶ୍ର, ଅଶୋକ ସେନାପତି, ସଞ୍ଜୟ ବାବୁ, ସତୀଶ ବିଶି, ମନୋଜ ମହାପାତ୍ର, ଧରାମରାଜ ମରେଈ, ସୁମନ୍ତ୍ର ପଣ୍ଡା, ଦେବାଶିଷ ନନ୍ଦ, ରମାକାନ୍ତ ସାହୁ, ଅମିତାଭ ପରିଡା, ଆର ଏ ଶିବକୁମାର, ଉଷା ପ୍ରଧାନ, କବିତା ପୁରୋହିତ, ରାଜଲକ୍ଷ୍ମୀ ପ୍ରଧାନ, କଳ୍ପନା ମିଶ୍ର, ସିପ୍ରା ମହାନ୍ତି, ସଂଯୁକ୍ତା ମେହେର, ବସନ୍ତ ମିଶ୍ର, ପ୍ରଫୁଲ୍ଲ ଦାଶ,ଗୋକୁଳ ମେହେର, ଜୁଫୁନା ପ୍ରଦୋଷ ମହାନ୍ତି, ସୁରଜ ବିଶ୍ୱାଳ, ପ୍ରଶାନ୍ତ ଥାପା,ସୁରେନ୍ଦ୍ର ବିଶ୍ୱାଳ, ବୁଲୁ ତ୍ରିପାଠୀ, ହୃଷିକେଶ ସ୍ୱାଇଁ ଓ ହରଦୀପ ସିଂ ଭୁର୍ଜି ଉପସ୍ଥିତ ଥିଲେ I

Comments are closed.