ଜୟନ୍ତୀରେ ସହିଦ ବାଜି ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ବୀର ସ୍ଵାଧୀନତା ସଂଗ୍ରାମୀ, ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ୧୨ ବର୍ଷ ବୟସରେ ଦେଶର ସ୍ବାଧୀନତା ପାଇଁ ଏହି ଅମର ବୀରଙ୍କ ତ୍ୟାଗ ଓ ବଳିଦାନର ଗାଥା ଚିରକାଳ ଓଡ଼ିଆ ଜାତିର ସ୍ୱାଭିମାନ ହୋଇ ରହିବ ବୋଲି କ‌ହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.