ବିଦ୍ୟୁତ ଆଘାତରେ ୩ ମୃତ

ବୌଦ୍ଧ ୦୫/୧୦ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ରଖିଛନ୍ତି । ସେମାନେ ହେଲେ ସୁଶୀଲ ବେହେରା ( ୨୧ ) , ସୁକାନ୍ତି ବେହେରା ( ୩୦ ) , ସୋହନ ବେହେରା ( ୧୧ ) । ତେବେ କିଭଳି ଭାବେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ସେନେଇ ତଦନ୍ତ ଚାଲିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତିନିଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ଟର ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Comments are closed.