ଲାଞ୍ଚୁଆ ଏପିଓଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗୀର – ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଏପିଓ । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର -ଏପିଓ ସୁଶାନ୍ତ କୁମାର ଦାସ। ପୋଖରୀ ମରାମତି କାମର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି ଅଭିଯୋଗକାରୀ ଗ୍ରାମ ସାଥୀଙ୍କଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ। ୪୫ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଛି। ସୁଶାନ୍ତ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି ଜଣାପଡିଛି।

Comments are closed.