ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ୧୧୨ ଶିକ୍ଷକ ପଦବୀ ସୃଷ୍ଟି

ବ୍ରହ୍ମପୁର – ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟି କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି । ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି କରାଯାଇଛି। ଓଡ଼ିଆ, ବାଣିଜ୍ୟ, ନୃତତ୍ତ୍ୱ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଆଦି ୧୬ଟି ବିଭାଗରେ ଜଣେ ଲେଖାଏଁ ପ୍ରାଧ୍ୟାପକ, ୨ ଲେଖାଏଁ ସହକାରୀ ପ୍ରାଧ୍ୟାପକ ଓ ୪ ଜଣ ଲେଖାଏଁ ସହଯୋଗୀ ପ୍ରାଧ୍ୟାପକ ପଦ ସୃଷ୍ଟି କରାଯାଇଛି। ବିଶ୍ୱବିଦ୍ୟାଳୟରେ ମୋଟ ୧୬ ପ୍ରାଧ୍ୟାପକ, ୩୨ ଜଣ ସହକାରୀ ପ୍ରାଧ୍ୟାପକ ଓ ୬୪ ଜଣ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତ ହେବେ।

Comments are closed.