ବାରହା ଫାଶରେ ଲାଗି ଚାଷୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ବ୍ଲକ କରୁଆଁଝର ନିକଟ ଚାଷ ଜମିରେ ବାରହା ଫାଶରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଦେଓଗାଁ ପୋଲିସ ତଥା ତୁଷୁରା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ହସ୍‌ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ କରୁଆଁଝର ଗାଁର ନବ ମଲ୍ଲିକ ନିଜ ଚାଷ ଜମିକୁ ଧାନ ଜଗିବାକୁ ଯାଉଥିବା ବେଳେ ଜମି ନିକଟରେ ପୂର୍ବରୁ ବାରହା ଶିକାର ପାଇଁ ବିଦ୍ୟୁତ ସଂଯୋଗ କରି ଲଗାଯାଇଥିବା ଫାଶରେ ପଡି ଯାଇଥିଲେ । ଫଳରେ ତାଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା । ଖବର ପାଇ ତାଙ୍କ ପୁଅ ପୋଲିସକୁ ଖବର ଦେବା ସହ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ଥାନାରେ ଲିଖିତ ଅଭିଯୋଗ କରି ଗ୍ରାମର ୨ ଜଣଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ନାମ ଉଲ୍ଲେଖ କରିଥିବା ବ୍ୟକ୍ତି ଦ୍ୱୟ ଏବେ ଗ୍ରାମରୁ ଫେରାର୍‌ ଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Comments are closed.