ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ

କଟକ – ଓଡ଼ିଶା କ୍ରିକେଟ ଆସୋସିଏସନ -ଓସିଏର କର୍ମକର୍ତ୍ତା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ସାଢେ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିହେବ । ଓସିଏର ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ପ୍ୟାନେଲ ଏଥିନିମନ୍ତେ ପ୍ରସ୍ତୁତ ହୋଇ ସାରିଛି।

ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖରେ ନିର୍ବାଚନ ପାଇଁ ଭୋଟିଂ ହେବ।

Comments are closed.