ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୭ ସ‌ହର

ଭୁବନେଶ୍ୱର – ରାଜ୍ୟରେ ଶୀତ ଅନୁଭୂତ ହେବାରେ ଲାଗିଲିଣି । ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତକାଲି ୧୫ ଡିଗ୍ରୀ ତଳେ ଥିଲା ରାଜ୍ୟର ୭ ସହରର ରାତି ତାପମାତ୍ରା । ୯.୫ ଡିଗ୍ରୀ ସହ କୋରାପୁଟର ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ହୋଇଛି । ଜି. ଉଦୟଗିରିରେ ୧୧, କୋରାପୁଟରେ ୧୧.୫, ଦାରିଙ୍ଗବାଡ଼ିରେ ୧୨, ଫୁଲବାଣୀରେ ୧୩.୫, ଭବାନୀପାଟଣାରେ ୧୪.୪, ଚିପିଲିମାରେ ୧୪.୬ ଡିଗ୍ରୀକୁ ଖସିଛି ପାରଦ ।

Comments are closed.