ନଭେମ୍ବର ୧୪ରୁ ଯୁକ୍ତ ତିନିରେ ବଳକା ସିଟରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା 

ଭୁବନେଶ୍ୱର – ୨୦୨୨-୨୩ ଶିକ୍ଷା ବର୍ଷର ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୧୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ, ବାଣିଜ୍ୟ ଏବଂ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମରେ ପୂର୍ବରୁ ୨ଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସିଟ୍ ବଳକା ରହିଥିବାରୁ ପୁଣି ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ନଭେମ୍ବର ୧୪ରୁ ନାମଲେଖା ଲାଗି ଅନଲାଇନରେ ଫର୍ମ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଆବେଦନ କରାଯିବ। ଆବେଦନର ଶେଷ ତାରିଖ ୧୭ ତାରିଖ ରହିଛି । ନଭେମ୍ବର ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୩ ଏବଂ ୨୪ରେ ନାମଲେଖା ହେବ। ୨୯ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବସାଇଟରେ ଅପଲୋଡ୍ କରାଯିବା ସହ ନଭେମ୍ବର ୩୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ଫି’ ପୈଠ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ମୋଟ ୨ ଲକ୍ଷ ୫୫ ହଜାର ୯୧୩ଟି ଆସନ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୭୪୯ଟି ଆସନ ପୂରଣ ହୋଇଥିବା ବେଳେ ୬୭ ହଜାର ୧୬୪ଟି ବଳକା ଆସନ ରହିଛି।

Comments are closed.