ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି। ସକାଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଧାନ ବିକ୍ରୟ କରିବାକୁ ଆସିଥିବା ଚାଷୀଙ୍କ ଧାନ ଗାଡିକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଥିଲା l ପରେ ସରକାରୀ ସ୍ତରରେ ବରଗଡ଼ ଉପ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା ପୂଜାର୍ଚ୍ଚନା ନଡ଼ିଆ ବାଡ଼େଇ ଶୁଭାରମ୍ଭ କରିବା ସହ ମଣ୍ଡିରେ ପହଞ୍ଚିଥିଲେ l ଏହାପରେ ଅନଲାଇନ ପ୍ରକ୍ରିୟା ଓ ଉପରିସ୍ଥ ଅଫିସରଙ୍କ ସହ କଥାବାର୍ତ୍ତା କରି ଶେଷରେ ଧାନ କିଣା ଆରମ୍ଭ କରିଥିଲେ। ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀ ଲରମ୍ଭାର ବୁଲୁ ପ୍ରଧାନଙ୍କ ୮୧ କୁଇଣ୍ଟାଲ ୭୧କେଜି ଏବଂ ଜେ. ସତ୍ୟପୁଷ୍ପାଙ୍କ ୨୮.୦୩ କୁଇଣ୍ଟାଲ ଧାନ କିଣା ଯାଇଥିବା ଆରଏମସି ସୂତ୍ରରୁ ପ୍ରକାଶ କରାଯାଇଛି ।

Comments are closed.