ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ୍

ଭୁବନେଶ୍ବର – ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ । ଓଡ଼ିଶା ଫୁଟବଲ ଆସୋସିଏସନ- ଫାଓ ଓ କ୍ରୀଡ଼ା ବିଭାଗ ଦ୍ଵାରା ମିଳିତ ଭାବେ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ୍ ।

ଗତକାଲି କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌ ହୋଇଛି । ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଡିସେମ୍ବର ୨୧ ତାରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ରାଜ୍ୟର ଶ୍ରେଷ୍ଠ ୬ ଟିମ ଅଂଶଗ୍ରହଣ କରୁଛନ୍ତି ।

Comments are closed.