ବିଜୁ ଏକ୍ସପ୍ରେସ ଓ୍ୱେ’ରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ହଳଦୀପାଲି ସମ୍ବୋଧିତ ସଭାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବିଜୁ ଏକ୍ସପ୍ରେସ ଓ୍ୱେରେ ମୁଖ୍ୟମନ୍ତ୍ରୀ ସୋହେଲାରୁ ଘେସଁ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ୍ ସୋ’ କରିଥିଲେ । ରୋଡ୍ ସୋ’ରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଛିଡାହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଲୋକ । ରୋଡ ସୋ’ ସମୟରେ ରାସ୍ତାରେ ଗାଡ଼ି ଅଟକାଇ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ କିଲୋମିଟରର ଏହି ରୋଡ୍ ସୋ’ ବେଳେ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘେଁସ ଠାରେ ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Comments are closed.