ବୌଦ୍ଧ ଚାରିଛକ ନିକଟରେ ବସ-ଟ୍ରକ ମୁହାଁମୁହିଁ, ୧୨ ଆହତଙ୍କ ମଧ୍ୟରୁ ୪ ଗୁରୁତର

ବୌଦ୍ଧ- ପୁରୁଣାକଟକ ଥାନା ଚାରିଛକ ନିକଟରେ ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସାହିଲ ନାମକ ଘରୋଇ ବସ୍‌ ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ବଡମ୍ବାରୁ ବଲାଙ୍ଗୀର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Comments are closed.