ଜାତୀୟ ହକି ପ୍ରଶିକ୍ଷଣ ଶିବିର ପାଇଁ ଭାରତୀୟ କୋର୍ ଟିମରେ ଚାରି ଓଡ଼ିଆ ଖେଳାଳି

ଭୁବନେଶ୍ୱର – ବେଙ୍ଗାଳୁରୁରେ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଦ୍ୱାରା ଘୋଷିତ ୩୯ ଜଣିଆ ଭାରତୀୟ କୋର୍ ଗ୍ରୁପରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମିତ ରୋହିଦାସ, ନୀଲମ ସଞ୍ଜୀପ ସେସ୍ , ଶିଳାନନ୍ଦ ଓ ଦୀପସାନ ତିର୍କୀ । ବେଙ୍ଗାଳୁରୁରେ ଏପ୍ରିଲ ପହିଲାରୁ ଆରମ୍ଭ ହେଉଥିବା ଜାତୀୟ ପ୍ରଶିକ୍ଷଣ ଶିବିର ମେ ୨୧ ତାରିଖ ଯାଏଁ ଚାଲିବ। ଏହି ଶିବିରରୁ ୟୁରୋପ ଗସ୍ତ ପାଇଁ ଚୂଡାନ୍ତ ଭାରତୀୟ ଦଳର ଚୟନ କରାଯିବ । ୟୁରୋପ ଗସ୍ତରେ ଭାରତ ବେଲଜିୟମ,ବ୍ରିଟେନ, ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ସହ ପ୍ରୋଲିଗ ହକି ଖେଳିବ ।

Comments are closed.