ଲାଞ୍ଚ ନେଉଥିବା ବେଳେ ସିଡିପିଓ , ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ – ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ ପାଉଲ ଓ ସିଡିପିଓ ଅଫିସ୍‌ର ରେଭନ୍ୟୁ ଆସିଷ୍ଟାଣ୍ଟ ଅଶ୍ୱିନୀ କୁମାର ପ୍ରଧାନ।

ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ଜଣେ ମହିଳା ନିଯୁକ୍ତି ପାଇଥିଲେ। ତାଙ୍କୁ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନମିତା ଓ ଅଶ୍ୱିନୀ ।ଏ ନେଇ ଅଙ୍ଗନୱାଡି କର୍ମୀଙ୍କ ବାପା ଅଭିଯୋଗ କରିବା ପରେ ଭିଜିଲାନ୍ସ ଏହି ଲାଞ୍ଚୁଆ କିରାଣୀଙ୍କୁ ଧରିବାକୁ ଜାଲ ବିଛାଇଥିଲା।
ଆଜି ରେଭେନ୍ୟୁ ଆସିଷ୍ଟାଣ୍ଟ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ପ୍ରଲେପ ଦିଆଯାଇଥିବା ଟଙ୍କା ଅଶ୍ୱିନୀ ଲାଞ୍ଚ ଭାବେ ଗ୍ରହଣ କରିଥିଲେ। ଅଶ୍ୱିନୀଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ନମିତା ପାଉଲଙ୍କୁ ତଦନ୍ତକାରୀ ଟିମ୍ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ କରୁଛନ୍ତି।

Comments are closed.