ଗ୍ରୀଷ୍ମ ପ୍ରବାହ : ପଶ୍ଚିମରେ ଅପେକ୍ଷାକୃତ ଅଧିକ ତାତି, ନୂଆପଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର- ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅନ୍ୟ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହୁଛି । ଆଜି ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ନୂଆପଡ଼ା ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି ।ଏଠାରେ ଆଜି ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨, ଅନୁଗୋଳରେ ୪୩.୧, ସମ୍ୱଲପୁରରେ ୪୨.୯ , ଭୁବନେଶ୍ୱରରେ ୪୨.୮ , ସୋନପୁରରେ ୪୨.୫ , ରାଉରକେଲାରେ ୪୨.୪ , ଢେଙ୍କାନାଳରେ ୪୨.୩ , ବଲାଙ୍ଗିରରେ ୪୧.୭ , କଟକରେ ୪୧.୬ , ଚାନ୍ଦବାଲିରେ ୪୧.୬ , ବରଗଡ଼ରେ ୪୧.୫ , ସୁନ୍ଦରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨ , ବୌଦ୍ଧରେ ୪୧.୦, କେନ୍ଦ୍ରାପଡ଼ାରେ ୪୧.୦, ହୀରାକୁଦରେ ୪୦.୯ , ବାରିପଦାରେ ୪୦.୬, ଭବାନୀପାଟଣାରେ ୪୦.୫ , ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୨ , ନୟାଗଡ଼ରେ ୪୦.୨ ଓ କେନ୍ଦୁଝରରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆହୁରି ତିନି ଦିନ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.