ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର – ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରଣ ହେଉଥିବା ଅବସରରେ ବୈଠକ ବସୁଥିବାରୁ ଏହାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ସୂଚନାଯୋଗ୍ୟ ଯେ, ୨୦୧୯ ମେ’ ୨୯ ତାରିଖରେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଗଠନ ହୋଇଥିଲା । ସରକାର ଗଠନର ପ୍ରଥମ ଦିନରେ ହିଁ ବସିଥିଲା କ୍ୟାବିନେଟ୍‌ ବୈଠକ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା ।

Comments are closed.