ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ

ବରଗଡ଼: ସୋହେଲା ନିକଟ ହଳଦୀପାଲି ପଡିଆରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟିକା ବର୍ଷା ସିଂବରିହା, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଆମ୍ବଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ , ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପ୍ରଧାନ,ଜିଲ୍ଲା ପରିଷଦ ଶ୍ରୀମତି ରୋଜି ନାଏକ ଯୋଗ ଦେଇ ଓଡିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ବଣ୍ଟନ କରିଥିଲେ।

ଶ୍ରମ ବିଭାଗର ଜିଲ୍ଲା ଶ୍ରମ ଅଧିକାରୀ ମାନ ଭଞ୍ଜନ ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଶିବିର ପରିଚାଳନା ଆୟୋଜିତ କାର୍ଯ୍ୟକ୍ରମରେ ବିବାହ ସହାୟତା , ମୃତ୍ୟୁ ସହାୟତା, ଶିକ୍ଷା ସହାୟତା , ଅନ୍ତିମ ସଂସ୍କାର ସହାୟତା ଓ ପ୍ରସବ କାଳୀନ ସହାୟତା ମୋଟ୍ ୫ କୋଟି ୭ ଲକ୍ଷ ୨୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Comments are closed.