ଚାଲିଗଲେ ଅଭିନେତା ଜୁନିଅର ମେହମ୍ମୁଦ

ମୁମ୍ବାଇର – ହିନ୍ଦି ଚଳଚ୍ଚିତ୍ରର ପରିଚିତ ହାସ୍ୟ ଅଭିନେତା ଜୁନିୟର ମେହମ୍ମୁଦଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି ଜୁନିୟର ମେହମ୍ମୁଦ । ସେ କର୍କଟ ରୋଗରେ ପୀଡ଼ିତ ଥିଲେ । ଜୁନିୟର ମେହମ୍ମୁଦଙ୍କ ପ୍ରକୃତ ନାମ ହେଉଛି ନୟିମ ସୟିଦ । ସେ ପ୍ରଥମେ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ । ୧୯୬୬ ମସିହାର ‘ମୋହବତ୍ ଜିନ୍ଦେଗୀ ହେ’ ହେଉଛି ତାଙ୍କର ପ୍ରଥମ ଚଳଚ୍ଚିତ୍ର।୧୯୬୭ ମସିହାର ଫିଲ୍ମ ନନିହଲରେ ମଧ୍ୟ ନୟିମ ସୟିଦ ଥିଲେ ଶିଶୁ କଳାକାର । ୧୯୬୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ସୁହାଗରାତରେ ପ୍ରସିଦ୍ଧ ହାସ୍ୟ କଳାକାର ମେହମ୍ମୁଦଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ସୁଟିଂ ବେଳେ ତାଙ୍କୁ ଖୋଦ୍ ମେହମ୍ମୁଦ ଜୁନିୟର ମେହମ୍ମୁଦ ବୋଲି ନାଁ ଦେଇଥିଲେ । ସେହିଦିନଠାରୁ ନୟିମ ନିଜର ସ୍କ୍ରିନ ନାମ ଜୁନିୟର ମେହମ୍ମୁଦ ଭାବେ ପରିଚିତ ହେଲେ । ଅନେକ ହିନ୍ଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । କାରଭାନ,ହାତୀ ମେରା ସାଥୀ, ମେରା ନାମ ଜୋକର, କଟି ପତଙ୍ଗ, ପରବାରିଶ,ଦୋ ଔର ଦୋ ପାଞ୍ଚ ଏମିତି ଅନେକ ଫିଲ୍ମରେ ଅଭିନୟ କରିଥିଲେ ଜୁନିୟର ମେହମ୍ମୁଦ।

Comments are closed.