ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି 

ଭୁବନେଶ୍ବର – ଶ୍ରୀମନ୍ଦିରରେ ପ୍ରବେଶ ନେଇ ବିବାଦ ପରେ ସ୍ପଷ୍ଟୀକରଣ ରଖିଛନ୍ତି ୟୁଟ୍ୟୁବର କାମିଆ ଜାନି । ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖି କାମିଆ କହିଛନ୍ତି ଯେ, ସେ ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି । ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ତାଙ୍କ ଉଦ୍ଦେଶ୍ୟ ଥିଲା ।ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀ ସେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନର କୌଣସି ନିୟମ ସେ ଉଲ୍ଲଂଘନ କରିନଥିବା କାମିଆ ଜାନି । ସେ ଜଣେ ହିନ୍ଦୁଷ। ନା କେବେ ଗୋମାଂସ ଖାଇଛନ୍ତି ନା ଏହାର ପ୍ରଚାର ପ୍ରସାର କରିଛନ୍ତି । ଭାରତୀୟ ଖାଦ୍ୟ ଓ ଚାଲିଚଳଣି ବିଷୟରେ ସେ ଲୋକଙ୍କୁ ଜଣାଇଥାନ୍ତି ବୋଲି କହିଛନ୍ତି କାମିଆ ।

କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ସେ ଖାଦ୍ୟ ବିଷୟରେ ସୂଚନା ଦେଇଥିଲେ ବୋଲି ସ୍ପଷ୍ଟୀକରଣରେ କହିଛନ୍ତି କାମିଆ । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ ବୋଲି କାମିଆ କହିଛନ୍ତି।

Comments are closed.