କଳାହାଣ୍ଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୫ କୃଷି ଶ୍ରମିକ ମୃତ, ୨୫ରୁ ଅଧିକ ଆହତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପିକଅପ ଭ୍ୟାନ ଓଲଟି ପଡିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ୨୫ରୁ ଅଧିକ ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ଡୋକରିପଡା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଷ କାମ ସାରି ଶ୍ରମିକମାନେ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।

Comments are closed.