ହୋଲି ଅଘଟଣ, ଜଳାଶୟରେ ଗାଧୋଇବା ବେଳେ ବୁଡି ୬ ମୃତ

ଭୁବନେଶ୍ୱର – ହୋଲିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ପୋଖରୀ, ନଦୀ ଓ କେନାଳରେ ଗାଧୋଇଲା ବେଳେ ବୁଡି ଯାଇ ୬ ଜଣ ପ୍ରାଣ ହରାଇଛନ୍ତି। ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ଲୁଣା ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ପାରାଦୀପ ଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି।

ସୋର, ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ହୋଲି ଜନିତ ଅଘଟଣରେ ଦୁଇ ନାବାଳକ ଓ ଜଣେ ଯୁବକ ପ୍ରାଣ ହରାଇଛନ୍ତି।

Comments are closed.