ଦିନ ୧୧ରୁ ସାଢେ ୩ ଯାଏଁ ଶ୍ରମିକଙ୍କୁ କାମ ମନା

ଭୁବନେଶ୍ୱର – ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଦୃଷ୍ଟିରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖରା ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ରୁ ସାଢେ ୩ଟା ଯାଏଁ କାମ କରିବେ ନାହିଁ। ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି

Comments are closed.