ସକାଳ ସାଢେ ୮ ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ବା ଅଧିକ

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ସହ ଗୁଳୁଗୁଳି ଲୋକଙ୍କୁ କଲବଲ କରିବାରେ ଲାଗିଛି । ସକାଳ ୮ଟା ପରେ ଘରୁ ଗୋଡ କାଢିବା ମୁସ୍କିଲ ହୋଇଯାଉଛି। ଆଜି ସକାଳେ ସାଢେ ୮ ସୁଦ୍ଧା ରାଜ୍ୟର ୧୩ଟି ସହରରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ତାଳଚେରରେ ସର୍ବାଧିକ ତାପମାତ୍ରା ୩୫ ଦଶମିକ ୮ ଡିଗ୍ରୀ ସେଲସିୟସ ଥିବା ବେଳେ ଅନୁଗୁଳ ଓ ବାଲେଶ୍ଵରରେ ୩୫, ଜଗତସିଂହପୁର ରେ ୩୪ .୮ , ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪, ହୀରାକୁଦ ଓ ରାଉରକେଲାରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ସକାଳ ସାଢେ ୮ଟା ବେଳକୁ ୩୩ ଦଶମିକ ୪ ଡିଗ୍ରୀ ସେଲସିୟସ ଥିଲା ।

Comments are closed.