ରାଜ୍ୟରେ ଆଉ ୧୨୦୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୨୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୦୨ ଏବଂ ସ୍ଥାନୀୟ ଅଂଚଳରୁ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଏବଂ କଟକରୁ ୧୭୩ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୬୩, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭, ଅନୁଗୁଳରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରୁ ୩୩, କେନ୍ଦ୍ରାପଡାରୁ ୩୨, ନୟାଗଡରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୨, ସୁନ୍ଦରଗଡରୁ ୨୦, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୬, ଢେଙ୍କାନାଳରୁ ୧୫, ଗଞ୍ଜାମରୁ ୧୨, ରାୟଗଡାରୁ ୮, ବରଗଡରୁ ୫, ବଲାଙ୍ଗିରରୁ ୫, ଦେବଗଡରୁ ୫, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୪, ଝାରସୁଗୁଡାରୁ ୩, ସୁବର୍ଣ୍ଣପୁରରୁ ୩, କୋରାପୁଟରୁ ୨, କଳାହାଣ୍ଡିରୁ ୨, ନୂଆପଡାରୁ ୨ ଓ ଗଜପତି ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୯ ଲକ୍ଷ ୮୪ ହଜାର ୭୩୧ ଜଣ କୋରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୫ ହଜାର ୩୭୦ ସୁସ୍ଥ ହୋଇସାରିଛନ୍ତି । ୧୩ ହଜାର ୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.