୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ତଦାରଖ ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବନ୍ୟା ସ୍ଥିତି ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡିକୁ ପଠାଇଛନ୍ତି ।

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ପଂଚାୟତିରାଜ ଓ ପାନୀୟ ଜଳ ସଚିବ ଦେଓରଂଜନ କୁମାର ସିଂହ କଟକ ସ୍ଥିତି ଉପରେ ନଜର ରଖିବେ । ବିଶାଲ ଦେବଙ୍କୁ ବାଲେଶ୍ୱର ଓ ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଯାଜପୁର ପାଇଁ ଭି.ଭି ଯାଦବ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.