ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ସେତୁର ଅଟକଳ ମୂଲ୍ୟ ୧୧୮.୫୬ କୋଟି ଏବଂ ଦୈର୍ଘ୍ୟ ୮୮୮.୮୯ ମିଟର । ସରକାରଙ୍କର ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଉକ୍ତ ଅଞ୍ଚଳର ଗମନାଗମନ, ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ସେତୁ ନିର୍ମାଣ କରାଗଲେ ଜିଲ୍ଲାର ବହୁ ପଞ୍ଚାୟତ/ଗ୍ରାମ ଯଥା ଅଇନ୍ତ, ଗୋପାଳପୁର, ନିମୁଳ, ବିଷନପୁର, କ୍ରିଷ୍ଣାନନ୍ଦପୁର, ପୋଷଳ, ବିଜିପୁର, ସରଲପୁର, ତେନ୍ତୁଳିପଡ଼ା ଇତ୍ୟାଦି ଗ୍ରାମମାନଙ୍କରେ ବସବାସ କରୁଥିବା ପାଖାପାଖି ୫୦ ହଜାର ଜନସାଧାରଣ ଉପକୃତ ହେବେ । ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ଏହି କାର୍ଯ୍ୟଟିକୁ ଆରମ୍ଭ କରାଯିବ ।

Comments are closed.