ଭୁବନେଶ୍ୱର – ଦେଶରେ କୋରୋନା ମୃତ୍ୟୁ ହାର ଖୁବ୍ କମ ଥିବା ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଓଡିଶା । ଆସାମ ଓ କେରଳ ପରେ ଓଡିଶା ତୃତୀୟ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛିା ଏହି ତିନି ରାଜ୍ୟରେ କୋରୋନା ମୃତ୍ୟୁ ହାର ଜାତୀୟ ହାର ତୁଳନାରେ ବେଶ୍ କମ ରହିଛି ।
In a significant progress in the battle against #COVID19 pandemic, #Odisha is among three leading states reporting lowest Case Fatality Rate. State’s CFR of 0.43% is also much below the national average of 1.70%. #OdishaFightsCorona https://t.co/RXrmuhDwm6
— CMO Odisha (@CMO_Odisha) September 9, 2020
କେସ ଫାଟାଲିଟି ରେଟ୍ –ସିଏଫଆର ଜାତୀୟ ସ୍ତରରେ ୧ ଦଶମିକ ୭୦ ପ୍ରତିଶତ ଥିବା ବେଳେ ଓଡିଶାର ଆହୁରି କମ୍ ରହିଛି । ଓଡିଶାର ସିଏଫଆର୍ ହେଉଛି ଶୂନ ଦଶମିକ ୪୩ ପ୍ରତିଶତ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କମ୍ ସିଏଫଆର୍ କୋରୋନୀ ବିରୋଧୀ ଲଢେଇରେ ଉଲ୍ଲେଖନୀୟ ପ୍ରଗତିକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ।
Comments are closed.