ରାଜ୍ୟରେ ଯୋଡି ହେଲେ ୨ ହଜାର ୬୦୨ ନୂଆ କୋରୋନା ପଜିଟିଭ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୧୬, କଟକରୁ ୨୩୬ , ୧୦ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୬୦୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୧ ହଜାର ୫୬୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ମାମଲା ସଂଖ୍ୟା ହେଉଛି ୧ ହଜାର ୪୧ ।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୩୬ , ଗଂଜାମରୁ ୧୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୧୨୮, କୋରାପୁଟରୁ ୧୨୭, ଯାଜପୁରରୁ ୧୦୩, ବାଲେଶ୍ୱରରୁ ୧୦୩, ନୟାଗଡ ଜିଲ୍ଲାରୁ ୯୧ , ଜଗତସିଂହପୁରରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରରୁ ୮୦ ଓ ମୟୂରଭଂଜରୁ ଚିହ୍ନଟ ହୋଇଛନ୍ତି ୭୨ ଆକ୍ରାନ୍ତ । ରାୟଗଡାରୁ ୫୪, ସମ୍ବଲପୁରରୁ ୭୮, ଝାରସୁଗୁଡାରୁ ୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୩ରେ ପହଂଚିଥିବା ବେଳେ ୭୩ ହଜାର ୨୩୩ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୯ ହଜାର ୭୫୮ । ସେପଟେ ଗତ ୨୪ ଘଂଟା ମଧ୍ୟରେ କୋରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଓ ଖୋର୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ଗଂଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.