ରାଜ୍ୟରେ ଦିନକରେ ରେକର୍ଡ ସଂକ୍ରମଣ , ୪ ହଜାର ୩୩୦ ନୂଆ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୭ ଶହ ପାର

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୪ ହଜାର ୩୩୦ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୫୫୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୭୪ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ରାଜ୍ୟରେ ଗୋଟିଏ ଦିନରେ ଏହା ହେଉଛି ରେକର୍ଡ ସଂଖ୍ୟକ ସଂକ୍ରମଣ ।

ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୬୪୪ ଜଣ ଆକ୍ରାନ୍ତ । କଟକରୁ ୫୪୯, ପୁରୀରୁ ୨୯୨, କନ୍ଧମାଳରୁ ୧୭୮, ଅନୁଗୁଳରୁ ୧୭୬, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, ଝାରସୁଗୁଡାରୁ ୧୫୩, ମୟୂରଭଂଜରୁ ୧୫୨, ନବରଂଗପୁରରୁ ୧୩୩, ସୁନ୍ଦରଗଡରୁ ୧୨୩, ସମ୍ବଲପୁରରୁ ୧୦୭, କେନ୍ଦୁଝରରୁ ୧୧୮, କଳାହାଣ୍ଡିରୁ ୧୦୦ , ବାଲେଶ୍ୱରରୁ ୧୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୧ ହଜାର ୬୫୭ । ୩୭ ହଜାର ୪୬୯ ସକ୍ରିୟ ମାମଲା ରହିଛି ।

ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୭ ଶହ ପାର କରିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ କୋରୋନା ମୃତ୍ୟୁ ସଂଖ୍ୟା ୭୦୧ରେ ପହଚିଂଛି ।

Comments are closed.