କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ମାନ୍ୟତା,ଡେଜିନ୍ ମ୍ୟାଗାଜିନ ପୁରସ୍କାର ପାଇଁ ଚୂଡାନ୍ତ ତାଲିକାରେ ମିଳିଲା ସ୍ଥାନ

ଭୁବନେଶ୍ୱର : ଓଡିଶାର ଭବ୍ୟ କୃଷି ଭବନକୁ ଆଉ ଏକ ସ୍ୱୀକୃତି । ଆଧୁନିକ ଓଡିଶାର ସ୍ଥାପତ୍ୟ କଳାର ଏକ ଉତ୍କର୍ଷ ନିଦର୍ଶନ ପାଲଟିଥିବା କୃଷି ଭବନ ଖ୍ୟାତିସଂପନ୍ନ ଡେଜିନ୍ ମ୍ୟାଗାଜିନରେ ସ୍ଥାନ ପାଇଛି । କୃଷି ଭବନକୁ ଡେଜିନ ପୁରସ୍କାର ୨୦୨୦ ପାଇଁ ଚୂଡାନ୍ତ ତାଲିକାରେ ସ୍ଥାନ ଦିଆଯାଇଛି ।

ଡେଜିନ ହେଉଛି ସ୍ଥାପତ୍ୟ, ଇଂଟରିୟର ଡିଜାଇନର ସବୁଠାରୁ ଲୋକପ୍ରିୟ ଓ ପ୍ରଭାବଶାଳୀ ମ୍ୟାଗାଜିନ୍ । ଏହି ମାଗାଜିନରେ ସ୍ଥାନ ପାଇବାରେ କୃଷି ବିଭାଗ ଭାରତର ପ୍ରଥମ ସରକାରୀ କୋଠା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ବିଭାଗ ପାଇଁ ଏକ ଭବ୍ୟ ଅଫିସ ନିମନ୍ତେ କୃଷି ଭବନର ପରିକଳ୍ପନା କରିଥିଲେ । କୃଷି ଭବନର ସ୍ଥାପତ୍ୟ କଳା ଓ ଇଂଟରିର ଡିଜାଇନକୁ ମ୍ୟାଗାଜିନ ଭୂୟସୀ ପ୍ରଶଂସା କରିଛି ।

ସମଗ୍ର କୃଷି ଭବନରେ ଆଂଚଳିକ ସାମଗ୍ରୀ ଓ କୌଶଳ ବ୍ୟବହାର କରାଯାଇଛି । ସମ୍ବଲପୁରୀ ଶାଢି ଓ ଇକ୍କତ ନାମକ ଶୈଳୀରେ ନିର୍ମାଣ ହୋଇଛି ଭବ୍ୟ କୃଷି ଭବନ ।

Comments are closed.