ବଢି ଚାଲିଛି ପିଆଜ ଦର , ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ପିଆଜର ରପ୍ତାନି ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ତୁରନ୍ତ ଏହି କଟକଣା ଲାଗୁ ହୋଇଛି । ଘରୋଇ ଚାହିଦା ପୂରଣ କରିବା ଓ ବଢି ଚାଲିଥିବା ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ପିଆର ରପ୍ତାନି ନିଷେଧ କରିବା ପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିଛି । ଦେଶରେ ଗତ କିଛିଦିନ ହେବ ପିଆଜର ମୂଲ୍ୟ ବଢିଚାଲିଛି । ରାଜଧାନୀ ଦିଲ୍ଲୀରେ ପିଆଜ କିଲୋ ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ ବି ପିଆଜର ଦର ବଢି ଚାଲିଛି । କିଲୋ ପିଛା ୨୦ରୁ ଏବେ ଦର ଦୁଇ ଗୁଣ ହେଲାଣି ।

Comments are closed.