କୋରୋନା ମୁକାବିଲାରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ, ମୃତ୍ୟୁହାର ମାତ୍ର ୦. ୪୨ ପ୍ରତିଶତ

ଭୁବନେଶ୍ୱର- ଦେଶରେ କୋରୋନା ମୁକାବିଲା କ୍ଷେତ୍ରରେ ଅନ୍ୟତମ ସଫଳ ରାଜ୍ୟ ହୋଇଛି ଓଡିଶା । ରାଜ୍ୟରେ ମହାମାରୀ ମୁକାବିଲା ପାଇଁ ପ୍ରଭାବୀ କୌଶଳ, ଉପଯୁକ୍ତ ଚିକିତ୍ସା ଓ ହେଲଥକେୟାର ବ୍ୟବସ୍ଥା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଂଚାଯାଇପାରିଛି । ଫଳରେ ଓଡିଶାରେ ମୃତ୍ୟୁହାର କମ୍ ରହିଛି । ଦେଶରେ ମୃତ୍ୟୁହାର କମ୍ ଥିବା ପ୍ରଥମ ତିନିଟି ରାଜରେ ଓଡିଶା ରହିଛି । ରାଜ୍ୟରେ କେସ୍ ଫାଟାଲିଟି ରେଟ୍ ରହିଛି ଶୂନ ଦଶମିକ ୪୨ ପ୍ରତିଶତ । ଯାହା କି ଜାତୀୟ ଆଭରେଜ ( ୧.୬୫ ପ୍ରତିଶତ )ଠାରୁ ବି କମ୍ । କମ୍ ମୃତ୍ୟୁ ହାର ତୁଳନାରେ କେବଳ ଆସାମ ଓ କେରଳ ହିଁ ଓଡିଶା ଉପରକୁ ଅଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Comments are closed.