ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ଗସ୍ତ ନେଇ ଓଟିଭି ଖବର ବିଭ୍ରାନ୍ତିକର : ଭାରତୀୟ ବିମାନ ପ୍ରାଧିକରଣର ବିବୃତିରୁ ସ୍ପଷ୍ଟ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଂଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଗତକାଲି ଓଟିଭି ଖବର ପ୍ରସାରଣ କରିଥିଲା । ତେବେ ଓଟିଭିର ତଥ୍ୟ ସଂପୂ୍‌ଣ୍ଣ ର୍ ବିଭ୍ରାନ୍ତିମୂଳକ ଥିଲା ବୋଲି ସ୍ପଷ୍ଟ ହୋଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ-ଏଏଆଇ ପକ୍ଷରୁ ଜାରି ବିବୃତିରୁ ଏହା ଜଣାପଡିଯାଇଛି ।

ଗତକାଲି ପ୍ରସାରିତ ଓଟିଭି ଖବରରେ ପ୍ରଶ୍ନ କରାଯାଇଥିଲା ଯେ, ୨୦୨୦ ଅଗଷ୍ଟ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଂଚଳ ପରିଦର୍ଶନ କରିଥିଲେ ? ତେବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ-ଏଏଆଇ ପକ୍ଷରୁ କୁହାଯାଇଛି ଯେ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହେଲିକପଟର ଉଡାଣ ଭିଭିଆଇପି ମୁଭମେଂଟରେ ଉଲ୍ଲେଖ କରାଯାଏ ନାହିଁ । ହେଲିକପଟରର ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ ଉଡିଥିବା ବୋଲି ଓଟିଭି ଖବରରେ କୁହାଯାଇଥିଲା । ଏଆଇଆଇ କହିଛି ଯେ, ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ୍ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିଲା । ଏଆଇଆଇ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟବହୃତ ହେଲକପଟର୍ ଗୋଟିଏ ହାଇ କ୍ୱାଲିଟି ଓ ଟ୍ୱିନ୍ ଇଂଜିନ ବିଶିଷ୍ଟ ଥିଲା । ଏଭଳି ହେଲିକପଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ ମଧ୍ୟରେ ବନ୍ୟାଂଚଳରେ ପହଂଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବା ପରେ ସେ ସଂପର୍କିତ ଫଟୋ ଓ ଭିଡିଓ ଗଣମାଧ୍ୟମକୁ ଜାରି କରାଯାଇଥିବା ଏଆଇଆଇ ବିବୃତିରେ କୁହାଯାଇଛି । ପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ହେଲିକପଟର, ସକାଳ ୧୦ଟା ୧୩ରେ ବିମାନବନ୍ଦର ଛାଡିଥିଲା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଭ୍ରମାତ୍ମକ ସାବ୍ୟସ୍ତ ହୋଇଛି । କାରଣ ଏଆଇଆଇ କହିଛି ଯେ, ଭାରତୀୟ ସମୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ନ ୩ଟା ୪୨ ମିନିଟର ଉଡାଣ ଭରି ୪ଟା ୧ରେ ଫେରିଥିଲା । ମୋଟ ଯାତ୍ରା ସମୟ ୩୦ ମିନିଟ ହୋଇଥିଲା ବେଳେ ଓଟିଭି ମାତ୍ର ୧୯ ମିନିଟ ବୋଲି ଦର୍ଶାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ଗସ୍ତକୁ ପ୍ରଶ୍ନ କରି ଭ୍ରମାତ୍ମକ ଖବର ପ୍ରସାରଣ କରିଛି ଓଟିଭି । ଏଏଆଇ ବିବୃତି ଏହାକୁ ପଦାରେ ପକାଇ ଦେଇଛି ।

Comments are closed.