ଟି-୨୦ ବିଶ୍ୱକପରେ ସବୁଠୁ ଦ୍ରୁତତମ ବଲ୍ ପକାଇଲେ ଏହି ପାକିସ୍ତାନୀ ବୋଲର୍

ଦୁବାଇ: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଶୁକ୍ରବାର ଆଫଗାନିସ୍ତାନକୁ ପାଞ୍ଚ ୱିକେଟରେ ହରାଇ ପାକିସ୍ତାନ ଟୁର୍ନାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଦଳ ସେମିଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ। ଏହି ମ୍ୟାଚରେ ଆଫଗାନିସ୍ତାନର ଇନିଂସ ସମୟରେ ପାକ୍ ଦ୍ରୁତ ବୋଲର ହାରିସ୍ ରାଉଫ ଏକ ରେକର୍ଡ କରିଛନ୍ତି। ଆଫଗାନିସ୍ତାନର ଇନିଂସର ପଞ୍ଚମ ଓଭରରେ ରାଉଫ୍ ୧୫୩ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଥିଲେ, ଯାହା ଚଳିତ ଟି-୨୦ ବିଶ୍ୱକପର ଯୁଗ୍ମ ଦ୍ରୁତତମ ବଲ୍ ଥିଲା |

ଏହି ମାମଲାରେ ରାଉଫ୍ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନ୍ରିଚ୍ ନର୍ଜେଙ୍କ ସହ ସମକକ୍ଷ ହୋଇଛନ୍ତି। ରାଉଫଙ୍କ ପୂର୍ବରୁ ନର୍ଜେ ମଧ୍ୟ ତାଙ୍କ ଆଗରେ ୧୫୩ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଛନ୍ତି। ରାଉଫ ଏବଂ ଅନ୍ୟ ପାକିସ୍ତାନ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ଆଫଗାନିସ୍ତାନ ପାୱାରପ୍ଲେରେ ୪୯ ରନରେ ୪ ଓ୍ବିକେଟ୍ ହରାଇଥିଲା। ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଦତ୍ତ ୧୪୮ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ପୂର୍ବରୁ ହାସଲ କରିନେଇଥିଲା । ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲ୍ଲୀ ୧୯ତମ ଓଭରରେ ୪ଟି ବିଶାଳ ଛକା ମାରି ମ୍ୟାଚ୍ ଫିନିଶ୍ କରିଥିଲେ ।

Comments are closed.