ରୋହତଙ୍ଗରେ ବିଶ୍ୱର ସବୁଠାରୁ ଦୀର୍ଘତମ ହାଇୱେ ଟନେଲ ଉଦଘାଟିତ

ରୋହତାଙ୍ଗ- ବିଶ୍ୱର ସବୁଠୁ ଦୀର୍ଘତମ ଟନେଲ ଉଦଘାଟିତ ହୋଇଛି ।ରୋହତଙ୍ଗରେ ନିର୍ମିତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ଟନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ପାଖାପାଖି ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲ ୯ ଦଶମିକ ୨ କିଲୋମିଟର ଲମ୍ବା । ୧୦ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇଛି ।

ଏହି ଟନେଲ ଦ୍ୱାରା ହିମାଚଳ ପ୍ରଦେଶର ମନାଲି ଓ ଲଦାଖର ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ ପାଇବ । ଏଥି ଦ୍ୱାରା ଯାତ୍ରା ସମୟ ୪ ଘଂଟା କମିବ । ଏହି ଟନେଲ ଦ୍ୱାରା ମନାଲି ଓ ଲାହୌଲ-ସ୍ପିତି ଘାଟି ବର୍ଷର ୧୨ ମାସ ଯୋଡି ରହିବ ।କାରଣ ପ୍ରବଳ ତୁଷାରପାତ ଯୋଗୁଁ ଏହି ଘାଟି ସହ ୬ ମାସ ଧରି  ଯୋଗାଯୋଗ ବିଚ୍ଛିନ୍ନ ରହୁଥିଲା । ଅଟଲ ଟନେଲ ନିର୍ମାଣ ପାଇଁ ୨ ହଜାର ୯୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Comments are closed.