କଂଗ୍ରେସ ଭଲ ପ୍ରଦର୍ଶନ ନ କଲେ ରାହୁଲ ରାଜନୀତିରୁ ବ୍ରେକ୍ ନେବା ଉଚିତ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ଯଦି ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆଶାନୁରୂପ ଫଳ ନ‌ ମିଳୁଛି, ତେବେ ରାହୁଲ ଗାନ୍ଧୀଙ୍କୁ ରାଜନୀତିରୁ ବ୍ରେକ୍ ନେବା ଉଚିତ। ରାହୁଲଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ କହିଛନ୍ତି, ‘ଗତ ୧୦ ବର୍ଷ ଧରି ରାହୁଲ କଂଗ୍ରେସକୁ ଜିତାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହା ସତ୍ତ୍ୱେ ସେ ନିଜକୁ ରାଜନୀତିରୁ ବିରତି ନେଉ ନାହାଁନ୍ତି କି ଅନ୍ୟ କାହାକୁ ଦଳର ନେତୃତ୍ୱ ନେବାକୁ ଦେଉ ନାହାଁନ୍ତି। ମୋ ମତରେ ଏହା ଅଗଗଣତାନ୍ତ୍ରିକ | ତାଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ ସେ ବିଫଳ ହୋଇଛନ୍ତି । ଯଦି କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ ନ କରେ, ତେବେ ସେ ରାଜନୀତିରୁ ୫ ବର୍ଷ ଯାଏଁ ବିରତି ନେଲେ କିଛି କ୍ଷତି ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତିି ।

ଏହାଛଡ଼ା ପ୍ରଶାନ୍ତ କିଶୋର ଦାବି କରିଛନ୍ତିି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ଥରେ ସରକାର ଗଠନ କରିବ। ଦଳ ୩୦୦ ରୁ ଅଧିକ ସିଟ୍ ଜିତିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତିି । ସେ କହିଛନ୍ତି, ବିରୋଧୀ ଦଳର ଉଦାସୀନତା ଓ ଦୁର୍ବଳ ରଣନୀତି ଯୋଗୁଁ ଦକ୍ଷିଣ ଏବଂ ପୂର୍ବ ଭାରତରେ ବିଜେପିକୁ ନିର୍ବାଚନୀ ଫାଇଦା ହେବ । ଦେଶରେ ଏହି ଦୁଇ ଭାଗରେ ୨୦୧୯ ତୁଳନାରେ ଦଳର ଭୋଟ୍ ପ୍ରତିଶତ ଏବଂ ଆସନ ବୃଦ୍ଧି ପାଇପାରେ।

Comments are closed.