ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ରାହୁଲଙ୍କ ଦାବି

ନୂଆଦିଲ୍ଲୀ: କିଛି ଛାତ୍ର ନିଟ୍-୨୦୧୧ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି | ଏହି ଛାତ୍ରମାନେ କହିଛନ୍ତି ଯେ ନିଟ୍ ପରୀକ୍ଷା ସହ କମ୍ପାର୍ଟମେଣ୍ଟ ପରୀକ୍ଷା ସମେତ ଆହୁରି ଅନେକ ପରୀକ୍ଷା ସମାନ ସମୟରେ ହେବ । ତେଣୁ ନିଟ୍ କୁ ସ୍ଥଗିତ ରଖିବାକୁ ସେମାନେ ଦାବି କରିଛନ୍ତି | ତେବେ ସୋମବାର ସୁପ୍ରିମକୋର୍ଟ ନିଟ୍ ପରୀକ୍ଷା ତାରିଖ ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି। ସେପଟେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

ଏ ସମ୍ପର୍କରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ଦେଖି ନ ଦେଖିଲା ପରି ରହୁଛନ୍ତି। ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ଉଚିତ୍ | ଛାତ୍ରମାନଙ୍କୁ ଉଚିତ ସୁଯୋଗ ଦିଆଯିବା ଉଚିତ୍। ” ସୂଚନାଯୋଗ୍ୟ ଯେ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୨ରେ ହେବ ।
ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଚାହୁଁଥିବା ଏକ ଛାତ୍ର ଗୋଷ୍ଠୀ ଦ୍ୱାରା ଦାଖଲ ଆବେଦନକୁ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନାହୁଁ ଏବଂ ଯଦି ପରୀକ୍ଷା ସ୍ଥଗିତ ହୁଏ ତେବେ ଅଧିକାଂଶ ଛାତ୍ରଙ୍କ ପାଇଁ ଏହା ଅନ୍ୟାୟ ହେବ। ତେଣୁ ପରୀକ୍ଷା ନିର୍ଦ୍ଧାରିତ ତାରିଖ ୧୨ ସେପ୍ଟେମ୍ବର ୨୦୨୧ରେ ହେବ।

ସୂଚନାଯୋଗ୍ୟ ଯେ ପୂର୍ବରୁ ନିଟ୍ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜୁଲାଇ ୧୨ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପାଇଁ ନୂଆ ତାରିଖ ଘୋଷଣା କରିଥିଲେ। ଏହି ପରୀକ୍ଷା ୧୨ ସେପ୍ଟେମ୍ବରରେ ହେବ।

Comments are closed.