ରଜନୀକାନ୍ତଙ୍କ ୟୁ ଟର୍ଣ୍ଣ : ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତି, ଗଠନ କରିବେ ନାହିଁ ଦଳ

ଚେନ୍ନାଇ-ରାଜନୀତିରେ ପ୍ରବେଶ କରିବା ନେଇ ୟୁ ଟର୍ଣ୍ଣ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ସେ ରାଜନୈତିକ ଦଳ ଗଠନ କରିବେ ନାହିଁ ବୋଲି କହିଛନ୍ତି ରଜନୀକାନ୍ତ । ଏଥିପାଇଁ ସେ ଦୁଖ ପ୍ରକାଶ କରି ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିବୃତି ଜାରି କରିଛନ୍ତି । ଖରାପ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ସେ ରାଜନୀତିରେ ପ୍ରବେଶ କରୁନାହାନ୍ତି । ରାଜନୀତିରେ ପ୍ରବେଶ ନ କରି ମଧ୍ୟ ସେ ଲୋକଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ରଜନୀକାନ୍ତ । ଗତ ମାସରେ ରଜନୀକାନ୍ତ ରୋଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଥିଲେ । ଡିସେମ୍ବର ଶେଷ ସୁଦ୍ଧା ସେ ଦଳ ଗଠନ କରିବେ ବୋଲି କହିଥିଲେ । କିନ୍ତୁ କିିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ରକ୍ତଚାପ ସ୍ଥିର ରହୁ ନ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ କିଛି ଦିନ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

Comments are closed.