ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୩ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୨୬୩ ଆକ୍ରାନ୍ତ । ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହରୁ ତଳେ ରହିଛି । ସଂଗରୋଧରୁ ୧୫୧ ଓ ସ୍ଥାନୀୟ ଅଂଚଳରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୨, ବରଗଡରୁ ୨୩, ବଲାଙ୍ଗିରରୁ ୨୨, ସମ୍ବଲପୁରରୁ ୨୦, ଅନୁଗୁଳରୁ ୨୦, ଖୋର୍ଦ୍ଧାରୁ ୧୯, ବାଲେଶ୍ୱର ୧୯, ଝାରସୁଗୁଡାରୁ ୧୫ ଚିହ୍ନଟ ହୋଇଛନ୍ତି । କଟକରୁ ୭, ଗଞ୍ଜାମ ଜିଲ୍ଲାରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୩ ଲକ୍ଷ ୨୪ ହଜାର ୩୯୨ ରୋଗୀ ସୁସ୍ଥ ହୋଇଥିବା ବେଳେ ୨ ହଜାର ୬୮୮ ରୋଗୀ ଚିକିତ୍ସିତ ହେଉଛନ୍ତି ।

Comments are closed.