ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ : ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ରାନିଲ ବିକ୍ରମସିଂଘେ ଅରାଜକତା ଗ୍ରସ୍ତ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ରାନିଲ ବିକ୍ରମସିଂଘେଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (ୟୁଏନପି) ରେ କେବଳ ଗୋଟିଏ ଆସନ ଅଛି । ତଥାପି ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଜନୈତିକ ସଙ୍କଟ ଓ ରାଜପକ୍ଷେ ପରିବାର ପ୍ରତି ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ବିକ୍ରମସିଂଘେଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଛି।

ଶ୍ରୀଲଙ୍କାର ଚାରିଥର ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କୁ ଅକ୍ଟୋବର ୨୦୧୮ ରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ତେବେ ମାତ୍ର ଦୁଇମାସ ପରେ ସିରିସେନା ତାଙ୍କୁ ଏହି ପଦରେ ପୁନଃ ସ୍ଥାପନ କରିଥିଲେ | ମଧ୍ୟବର୍ତ୍ତୀକାଳୀନ ପ୍ରଶାସନର ନେତୃତ୍ୱ ନେବା ପାଇଁ ବିକ୍ରମସିଂଘେଙ୍କୁ ସମସ୍ତ ଦଳର ସମର୍ଥନ ମିଳିଛି।

Comments are closed.