ସଙ୍କଟରେ ଉଦ୍ଧବ ସରକାର: ତାଙ୍କ ସହ ୪୦ ବିଧାୟକ ଥିବା ଦାବି କଲେ ସିନ୍ଦେ, ବିଦ୍ରୋହୀ ନେତାଙ୍କୁ ନେଇ ଗୌହାଟୀରେ ପହଞ୍ଚିଲେ

ମୁମ୍ବାଇ: ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ସରକାର ସଙ୍କଟରେ ପଡ଼ିଛି । ରାଜ୍ୟରେ ଅନୁଷ୍ଠିତ ବିଧାନସଭା ପରିଷଦ ନିର୍ବାଚନ ପରେ ସେ ପ୍ରଥମେ ମୁମ୍ବାଇରୁ ସୁରଟକୁ ଏବଂ ଏବେ ସେଠାରୁ ବିଦ୍ରୋହୀ ବିଧାୟକଙ୍କ ସହ ଆଉ ଏକ ବିଜେପି ଶାସିତ ରାଜ୍ୟକୁ ଯାଇଛନ୍ତି । ସିନ୍ଦେ ଓ ଅନ୍ୟ ବିଦ୍ରୋହୀ ବିଧାୟକ ଏବେ ଆସାମର ଗୌହାଟୀରେ ପହଞ୍ଚିଛନ୍ତି । ଗୁଆହାଟୀରେ ପହଞ୍ଚିବା ପରେ ତାଙ୍କ ସହ ୪୦ ଜଣ ବିଧାୟକ ଥିବା ନେଇ ସେ ବଡ଼ ଦାବି କରିଛନ୍ତି। ଏକନାଥ ସିନ୍ଦେଙ୍କ ସହ ଶିବସେନାର ୩୩ ବିଦ୍ରୋହୀ ବିଧାୟକ ଏବଂ ୭ ଜଣ ସ୍ବାଧୀନ ବିଧାୟକ ମଧ୍ୟ ପହଞ୍ଚିଛନ୍ତି।

ସମସ୍ତେ ଗୌହାଟୀରେ ରେଡିସନ୍ ବ୍ଲୁରେ ରହିଛନ୍ତି। ସେମାନଙ୍କୁ ପାଛୋଟି ନେବା ପାଇଁ ବିଜେପି ନେତା ସୁଶାନ୍ତ ବୋରଗୋହେନ ଏବଂ ପଲବ ଲୋଚାନ ଦାସ ସେଠାରେ ପହଞ୍ଚିଥିଲେ। ସୁଶାନ୍ତ ବୋରଗୋହେନ କହିଛନ୍ତି- “ମୁଁ ତାଙ୍କୁ ନେବାକୁ ଆସିଛି (ସୁରଟରୁ ଗୁଆହାଟି ଆସିଥିବା ଶିବସେନା ବିଧାୟକ)। ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ମୁଁ ସେମାନଙ୍କୁ ନେବାକୁ ଏଠାକୁ ଆସିଛି | କେତେ ଜଣ ବିଧାୟକ ଏଠାକୁ ଆସିଛନ୍ତି ମୁଁ ଗଣି ନାହିଁ। ସେ ମୋତେ ତାଙ୍କ କାର୍ଯ୍ୟସୂଚୀ ବିଷୟରେ କହି ନାହାଁନ୍ତି |

ମହାରାଷ୍ଟ୍ରରେ ଏଭଳି ରାଜନୈତିକ ସଙ୍କଟ ମଧ୍ୟରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଉଦ୍ଧବ ଠାକରେଙ୍କ ସରକାରର ପତନ ଆସନ୍ନ କି? ଏହି ପ୍ରଶ୍ନ ପଛର କାରଣ ହେଉଛି ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ସୃଷ୍ଟି କରିଥିବା ଏକନାଥ ସିନ୍ଦେଙ୍କ ସର୍ତ୍ତ। ଶିନ୍ଦେ ଉଦ୍ଧବଙ୍କୁ ସ୍ପଷ୍ଟ କରିଛନ୍ତି ଯେ ସେ ଶିବସେନାରେ ଅଛନ୍ତି ଏବଂ ରହିବେ କିନ୍ତୁ ସେ ସର୍ତ୍ତ ରଖିଛନ୍ତି ଯେ ଶିବସେନା, କଂଗ୍ରେସ ଓ ଏନସିପି ଛାଡି ବିଜେପି ସହିତ ସରକାର ଗଢ଼ିବାକୁ ପଡ଼ିବ । ସିନ୍ଦେଙ୍କ ଏହି ସର୍ତ୍ତ ଉଦ୍ଧବଙ୍କୁ ଅଡ଼ୁଆରେ ପକାଇଛି ।

ଏକନାଥ ସିନ୍ଦେଙ୍କୁ ମନାଇବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଫୋନରେ ପ୍ରାୟ ୧୫ ମିନିଟ୍ ତାଙ୍କ ସହ କଥା ହୋଇଥିଲେ। ଏହାପୂର୍ବରୁ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ ମଧ୍ୟ ଏକନାଥ ସିନ୍ଦେଙ୍କ ସହ କଥା ହୋଇଥିଲେ। ରଶ୍ମୀ ଠାକରେଙ୍କ ସହ ବାର୍ତ୍ତାଳାପ ବେଳେ ଶିନ୍ଦେ କହିଛନ୍ତି ଯେ ଶିବସେନା କଂଗ୍ରେସ ଏନସିପି ସହ ହାତ ମିଳାଇ ନିଜର ବିଚାରଧାରାରୁ ହଟିଛି ।

Comments are closed.