ଫେସବୁକ, ଟ୍ବିଟରକୁ ବ୍ୟାନ୍ କଲା ରୁଷ୍

ମସ୍କୋ: ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମସ୍କୋ ଦେଶରେ ଟ୍ୱିଟର ଏବଂ ୟୁଟ୍ୟୁବ ସହିତ ଫେସବୁକକୁ ବ୍ୟାନ୍ କରିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ରୁଷ କମ୍ପାନୀଗୁଡିକ ପ୍ରତି ଭେଦଭାବପୂର୍ଣ୍ଣ ମନୋଭାବ ପୋଷଣ କରିଥିବା ଅଭିଯୋଗ କରି ରୁଷ୍ ଏଭଳି ପଦକ୍ଷେପ ନେଇଛି | ଏଥିସହ ଫେସବୁକ୍ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରୁଷ ଏହାର ନିଷ୍ପତ୍ତି ସହିତ ଲୋକଙ୍କୁ ବିଶ୍ବାସଯୋଗ୍ୟ ତଥ୍ୟରୁ ବଞ୍ଚିତ କରିଛି।

ଅକ୍ଟୋବର ୨୦୨୦ ଠାରୁ ଫେସବୁକ୍ ବିରୋଧରେ ୨୬ ଟି ଭେଦଭାବ ମାମଲା ସାମ୍ନାକୁ ଆସିଛି। ଏହି ସୂଚନା ରୁଷ ସରକାରଙ୍କ ସେନ୍ସରସିପ୍ ଏଜେନ୍ସି ‘ରସ୍କୋମନାଡଜୋର’ ଦ୍ୱାରା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ମାଇକ୍ରୋସଫ୍ଟ ରୁଷରେ ଏହାର ନୂତନ ଉତ୍ପାଦ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଅନ୍ୟ ଦେଶ ମଧ୍ୟ ଲଗାତାର ରୁଷ ଉପରେ କଟକଣା ଲଗାଇବା ଧାରା ଜାରି ରଖିଛନ୍ତି |

Comments are closed.