ୟୁକ୍ରେନ ରାଜଧାନୀ କିଭରେ ପଶିଲେ ରୁଷୀୟ ସେନା, ଯୁଦ୍ଧକୁ ବିରୋଧ କରିବାକୁ ରୁଷ୍ ନାଗରିକଙ୍କୁ ଜେଲେଂସ୍କିଙ୍କ ଅପିଲ

କିଭ୍: ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ପାଇଁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି | ଆଜି ସକାଳେ ୭ଟି ବଡ଼ ଧମାକାରେ ଥରି ଉଠିଛି ୟୁକ୍ରେନ ରାଜଧାନୀ କିଭ | ଗତକାଲି ରାତିରୁ ଲୋକମାନେ ରୁଷର ମିସାଇଲ୍ ମାଡ଼ରୁ ବଞ୍ଚିବା ପାଇଁ ଘର, ମେଟ୍ରୋ, ଅଣ୍ଡରଗ୍ରାଉଣ୍ଡ ଆଶ୍ରୟସ୍ଥଳରେ ଲୁଚି ରହିଛନ୍ତି। ଖାଦ୍ୟ ଏବଂ ପାନୀୟ ଠାରୁ ଆରମ୍ଭ କରି କିଭରେ ଦୈନନ୍ଦିନ ଆବଶ୍ୟକତାର ଘୋର ଅଭାବ ଦେଖାଦେଇଛି |

ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ଦାବି କରିଛନ୍ତି ଯେ ରୁଷର ସେନା ରାଜଧାନୀରେ ପ୍ରବେଶ କରିଛନ୍ତି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ରାଜଧାନୀ କିଭ୍ ଠାରୁ ମାତ୍ର ୩୨ କିଲୋମିଟର ଦୂରରେ ଅଛନ୍ତି | ସେମାନଙ୍କୁ ଅଟକାଇବା ପାଇଁ ୟୁକ୍ରେନ ସୈନ୍ୟବାହିନୀ ତିନୋଟି ପୋଲ ଉଡ଼ାଇ ଦେଇଛନ୍ତି। ଜେଲେଂସ୍କି ଆଶଙ୍କା କରିଛନ୍ତି ଯେ ଆସନ୍ତା ୯୬ ଘଣ୍ଟା ମଧ୍ୟରେ ଅର୍ଥାତ୍ ୪ ଦିନ ମଧ୍ୟରେ କିଭକୁ ରୁଷ କବଜା କରିନେବ। ସେ କହିଛନ୍ତି ଯେ ରୁଷର ସୈନ୍ୟ ବାହିନୀ ଆବାସିକ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି। ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଚାପ ପକାଇବାକୁ ସେ ରୁଷର ନାଗରିକମାନଙ୍କୁ ଅପିଲ କରିଛନ୍ତି।

Comments are closed.