ଭାରତ-ପାକ୍ ମ୍ୟାଚ୍ ଦିନ ସୋସିଆଲ ମିଡ଼ିଆକୁ ବାଏ ବାଏ କହିବେ ସାନିଆ ମିର୍ଜା

ନୂଆଦିଲ୍ଲୀ: ରବିବାର ଠାରୁ ଆରମ୍ଭ ହୋଇଛି ଟି୨୦ ବିଶ୍ୱକପ୍ । ଭାରତ ଏହି ମେଗା ଇଭେଣ୍ଟରେ ନିଜ ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ସବୁ ମୁକାବିଲାର ଜନନୀ କୁହାଯାଉଥିବା ଏହି ମ୍ୟାଚ୍ ପୂର୍ବରୁ ହିଁ ଦୁଇ ଦେଶର ପୂର୍ବତନ ଖେଳାଳି ଓ ପ୍ରଶଂସକଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଗଲାଣି । ଇତି ମଧ୍ୟରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତ-ପାକ୍ ମ୍ୟାଚ୍ ଦିନ ସେ ସୋସିଆଲ ମିଡ଼ିଆରୁ ଦୂରେଇ ରହିବେ ବୋଲି ସାନିଆ ଘୋଷଣା କରିଛନ୍ତି । ଏହାର କାରଣ ମଧ୍ୟ କାହାରିକୁ ଅଛପା ନୁହଁ ।

 

View this post on Instagram

 

A post shared by Sania Mirza (@mirzasaniar)

ସାନିଆ ପାକିସ୍ତାନର ବରିଷ୍ଠ ଖେଳାଳି ସୋଏବ ମଲିକଙ୍କୁ ବାହା ହୋଇଛନ୍ତି । ଟି୨୦ ବିଶ୍ୱକପ୍ ପାଇଁ ମଧ୍ୟ ସୋଏବ ପାକ୍ ଦଳରେ ସ୍ଥାନ ପାଇଛନ୍ତି । ଭାରତ-ପାକ୍ ଯେବେ ବି କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହୁଅନ୍ତି, ସାନିଆ ଉଭୟ ଦେଶର ପ୍ରଶଂସକଙ୍କ ଦ୍ୱାରା ଟ୍ରୋଲିଂର ଶିକାର ହୋଇଥାନ୍ତି । ଏପରିକି ଦେଶ ପ୍ରତି ତାଙ୍କ ଆନୁଗତ୍ୟ ନେଇ ମଧ୍ୟ ପ୍ରଶଂସକ ପ୍ରଶ୍ନ ଉଠାନ୍ତି । ସୋସିଆଲ ମିଡ଼ିଆରେ ଏଭଳି ଦ୍ୱେଷଭରା ମାହୋଲରୁ ବର୍ତ୍ତିବା ପାଇଁ ସାନିଆ ଅକ୍ଟୋବର ୨୪ରେ ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଏକ ନିଆରା ପୋଷ୍ଟ ସହ ଘୋଷଣା କରିଛନ୍ତି । ସାନିଆ ଏଥିରେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମ୍ୟାଚ୍ ଦିନ ସେ ବିଷମୟ ମାହୋଲରୁ ବଞ୍ଚିବା ପାଇଁ ସୋସିଆଲ ମିଡିଆରୁ ଗାଏବ ହୋଇଯିବେ । ବାଏ ବାଏ । ଏହି ପୋଷ୍ଟରେ ସାନିଆ ହଠାତ୍ ଅଦୃଶ୍ୟ ହେଇଯାଉଥିବା ଦେଖିବାକୁ ମିଳୁଛି ।

ସାନିଆଙ୍କ ସ୍ୱାମୀ ସୋଏବଙ୍କୁ ପ୍ରଥମେ ପାକିସ୍ତାନ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ମିଳିନଥିଲା । ହେଲେ ସୋଏବ ମକସୁଦ ଆହତ ହେବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ସୋଏବ ୨୦୦୯ ଟି୨୦ ବିଶ୍ୱକପ୍ ବିଜୟୀ ପାକିସ୍ତାନ ଦଳର ସଦସ୍ୟ ଥିଲେ । ତା’ ପୂର୍ବରୁ ୨୦୦୭ରେ ଅନୁଷ୍ଠିତ ସର୍ବପ୍ରଥମ ଟି୨୦ ବିଶ୍ୱକପରେ ସୋଏବ ପାକିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ହେଲେ ଫାଇନାଲରେ ଭାରତ ଠାରୁ ହାରିଯାଇଥିଲା ପାକିସ୍ତାନ ।

Comments are closed.