ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ପ୍ରାୟ ଏକ ବର୍ଷ ଧରି ତିହାର ଜେଲରେ ଅଛନ୍ତି। ଗତ ସପ୍ତାହରେ ନିଜେ ଶୁଣାଣି ସମୟରେ ସତ୍ୟେନ୍ଦ୍ର ଜୈନଙ୍କ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଙ୍କ ଓଜନ ପ୍ରାୟ ୩୫ କିଲୋଗ୍ରାମ କମିଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ ।

ଏହା ପୂର୍ବରୁ ମେ ୧୫ରେ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ । ତାଙ୍କ ଜାମିନ ଆବେଦନ ଖାରଜ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ । ଏପ୍ରିଲ ୬ରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ନାମଞ୍ଜୁର କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

Comments are closed.