ସ୍ୱଚ୍ଛ ଭାରତ ମିଶନ ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ସହର ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏହି ଯୋଜନାଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସହରକୁ ଆବର୍ଜନା ମୁକ୍ତ କରିବା ଆମର ଲକ୍ଷ୍ୟ। ସେ କହିଛନ୍ତି ଯେ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଟନ୍ ଆବର୍ଜନା ସଂଗ୍ରହ କରାଯାଏ। ସହରରେ ଆବର୍ଜନାର ପର୍ବତ ଛିଡା ହୋଇଗଲାଣି |

ଏହି ସବୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯିବ ଏବଂ ସହରଗୁଡିକର ଆବର୍ଜନା ପର୍ବତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯିବ। ଏହାଛଡ଼ା ଉକ୍ତ ସ୍ଥାନରେ ଜଳର ଉପଲବ୍ଧତା ନିଶ୍ଚିତ କରିବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସହରାଞ୍ଚଳ ବିକାଶ ପାଇଁ ସ୍ୱଚ୍ଛ ଭାରତ ମିଶନ ଏବଂ ଅମୃତ ଯୋଜନାର ଉଦ୍ଦେଶ୍ୟ ହେଉଛି ସମସ୍ତ ସହରକୁ ଆବର୍ଜନା ମୁକ୍ତ କରିବା ଏବଂ ସେଠାରେ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧ ହେବା ଉଚିତ। ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

Comments are closed.