ପ୍ରଥମ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶରେ ଶାହ ଓ ଅଶ୍ୱିନ ସାମିଲ, ଇନିଂସ ଓପନ କରିବେ ମୟଙ୍କ ଓ ପୃଥ୍ୱୀ

ଆଡିଲେଡ- ଆସନ୍ତାକାଲିଠାରୁ ଆଡିଲେଡରେ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଚୂଡାନ୍ତ ଏକାଦଶରେ ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ସ୍ଥାନ ପାଇଛନ୍ତି । ଅର୍ଥାତ ଏ ଦୁଇ ଖେଳାଳ ଇନିଂସ ଓପନ କରିବେ ।

ରିଦ୍ଧିମାନ ଶାହ ୱିକେଟ କିପରର ଦାୟିତ୍ୱ ତୁଲାଇବେ । ଚୂଡାନ୍ତ ଏକାଦଶରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମଧ୍ୟ ସାମିଲ କରାଯାଇଛି । ଉମେଶ ଯାଦବ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ପେସ ଆଟାକ ସମ୍ଭାଳିବେ । ଶୁଭମନ ଗିଲଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି । ଆଡିଲେଡର ପ୍ରଥମ ଟେଷ୍ଟ ଦିବାରାତ୍ର ଖେଳାଯିବ । ଦଳର ଅନ୍ୟ ଖେଳାଳିମାନେ ହେଲେ ବିରାଟ କୋହଲୀ,ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ ।

Comments are closed.