ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ : ଏଣିକି ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ, ପରିବାରକୁ ରୋଗୀଙ୍କ ସ୍ଥିତି ବିଷୟରେ ଦିଆଯିବ ସୂଚନା

ଭୁବନେଶ୍ୱର- ଏଣିକି ସବୁ କୋଭିଡ ହସ୍ପିଟାଲ୍ ପାଇଁ ହେଲ୍ପ ଡେସ୍କ ବାଧ୍ୟତାମୂଳକ । ଏ ନେଇ ସବୁ ଘରୋଇ ଓ ସରକାରୀ କୋଭିଡ ହସପିଟାଲକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । କୋଭିଡ ରୋଗୀଙ୍କ ବିଷୟରେ ପରିବାରକୁ ସୂଚନା ଦେବ ହେଲ୍ପ ଡେସ୍କ । ସପ୍ତାହକ ମଧ୍ୟରେ ହେଲ୍ପ ଡେସ୍କ ସ୍ଥାପନ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସବୁଦିନ ସବୁ ସମୟରେ କୋଭିଡ ହେଲ୍ପ ଡେସ୍କ ଖୋଲା ରହିବ । ଅତିରିକ୍ତ ଡିଏମଇଟିଙ୍କୁ ନିଜର ନିଃଶୁଳ୍କ ହେଲପଲାଇନ୍ ନମ୍ବର ଜଣାଇବେ ସଂପୃକ୍ତ ହସପିଟାଲ୍ । ହ୍ୱାଟ୍ସ ଆପରେ ରୋଗୀଙ୍କ ଚିତ୍ର ଓ ସ୍ୱର ରୋଗୀଙ୍କ ସହାୟକଙ୍କୁ ପଠାଯିବ । ସିସିଟିଭ ମାଧ୍ୟମରେ ହିଁ ରୋଗୀଙ୍କ ଚିତ୍ର ସହାୟକ ଦେଖିପାରିବା ବ୍ୟବସ୍ଥା କରାଯିବ । ସଂପର୍କୀୟଙ୍କୁ ଦିନକୁ ଅତି କମରେ ଥରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜଣାଯିବ । ହେଲପ ଡେସ୍କ କାମ ନ କଲେ ନିଜେ ଅଧିକୃତ ଅଧିକାରୀ ଫୋନ୍ ଉଠାଇବେ ।

Comments are closed.